ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଯଶଓ୍ବନ୍ତ ସିହ୍ନା

0

ନୂଆଦିଲ୍ଲୀ(ଆମ ଟିଭି): ବହୁ ପ୍ରତିକ୍ଷିତ ରାଷ୍ଟ୍ରପତି ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିରୋଧୀ ଦଳ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛନ୍ତି ବିରୋଧୀ ଦଳ। ଜୁଲାଇ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଆସନ୍ତା ଜୁନ ୨୭ ତାରିଖ ଦିନ ୧୧.୩୦ମିନିଟରେ ନାମାଙ୍କନ ଦାଖଲ କରିବେ ଯଶଓ୍ବନ୍ତ ସିହ୍ନା। ମଙ୍ଗଳବାର ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛି ତୃଣମୂଳ କଂଗ୍ରେସ ପାର୍ଟି ।

ଏନସିପି ନେତା ଶରଦ ପାଓ୍ବାରଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳ ପକ୍ଷରୁ ଯଶଓ୍ବନ୍ତ ସିହ୍ନାଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଯାହାକୁ କି ସମର୍ଥନ ଜଣାଇଛନ୍ତି ଦେଶର ୧୯ ପ୍ରମୁଖ ରାଜନୈତିକ ଦଳ । ବଡ କଥା ହେଉଛି ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସମେତ ୧୯ ରାଜନୈତିକ ଦଳ ସିହ୍ନାଙ୍କୁ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛି ।

Leave A Reply

Your email address will not be published.