ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

0

ନୂଆଦିଲ୍ଲୀ (ଆମ ଟିଭି): ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିବାର ଖବର ସାମ୍ନାକୁ ଆସିଛି । ସିଆଙ୍ଗ ଜିଲ୍ଲାର ପାଙ୍ଗିନ ଅଂଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୮.୫୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ରେ ମାପ କରାଯାଇଛି।

ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଏହି ସୂଚନା ଦେଇଛି। ଭୂକମ୍ପ ଯୋଗୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏ ପର୍ୟ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.