ଶୁଭାଶିଷ ତାଳପତ୍ର ହେଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
କଟକ: ଜଷ୍ଟିସ ଶୁଭାଶିଷ ତାଳପତ୍ର ଆଜି ଓଡ଼ିଶା ଉଚ୍ଚନ୍ୟାୟାଳୟର ୩୩ତମ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଶପଥପାଠ କରାଇଛନ୍ତି।
ସୂଚନାଯୋଗ୍ୟ, ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ। ଜଷ୍ଟିସ ତାଳପତ୍ର ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ଅବସ୍ଥାପିତ ଅଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ ଅଗଷ୍ଟ ୨୦୨୩ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍.ମୁରଲୀଧରଙ୍କ ଅବସର ଯୋଗୁଁ ମୁଖ୍ୟ ବିଚାରପତି ପଦ ଖାଲି ହେଉଥିବାରୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତିର ଆବଶ୍ୟକତାକୁ ନେଇ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ।
ମଧ୍ୟରେ ପ୍ରତିନିଧିତ୍ବ ପାଇନାହାନ୍ତି। ସମସ୍ତ ପ୍ରାସଙ୍ଗିକ କାରଣଗୁଡ଼ିକ ଉପରେ ଧ୍ୟାନ ଦିଆଯାଇ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ଉପଯୁକ୍ତ ବୋଲି କଲେଜିୟମ କହିଛନ୍ତି।
ଅକ୍ଟୋବର ୪,୧୯୬୧ରେ ତ୍ରିପୁରାର ଉଦୟପୁରଠାରେ ଜନ୍ମିତ ଜଷ୍ଟିସ ତାଳପତ୍ର କଲିକତା ବିଶ୍ବବଦ୍ୟାଳୟରେ ଆର୍ଟସ ଆଣ୍ଡ ଲ’ ରେ ସ୍ବାତକ କରିବା ପରେ ୧୨ ସେପ୍ଟେମ୍ବର ୧୯୯୦ରୁ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା,ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲ ଦାୟିତ୍ବରେ ଥିଲେ। ୨୧ ଡିସେମ୍ବର ୨୦୦୪ରେ ସେ ବରିଷ୍ଠ ଆଇନଜୀବୀରୁପେ ପଦୋନ୍ନତି ପାଇଥିଲେ । ୨୦୧୯ ନଭେମ୍ବରରେ ସେ କିଛି ଦିନ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ଦାୟିତ୍ବ ତୁଲାଇଥିଲେ।