ଅପରାଜିତାଙ୍କୁ କାଉଣ୍ଟର କଲେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା

0

ଭୁବନେଶ୍ୱର (ଆମ ଟିଭି): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଏବେ ରାଜନୀତି ସରଗରମ ହୋଇଛି । ବିଜେଡି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ନିର୍ବାଚନ କରିପାରେ ବୋଲି କୁହାଯାଉଛି । ଏହି ପ୍ରସଙ୍ଗ ଅପରାଜିତା ଉଠାଇବା ପରେ ଏହାକୁ କାଉଣ୍ଟର କରିଛି ବିଜେଡି । ଦଳର ବିଧାୟକ ପର୍ଶୁରାମ ଧଡା କହିଛନ୍ତି, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସରକାର ଚାହିଁଲେ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । କିନ୍ତୁ ଏଯାଏଁ ସରକାର କେଉଁଠି ଆଗୁଆ ନିର୍ବାଚନ ପାଇଁ କହି ନାହାନ୍ତି ।

ଅପରାଜିତା ଷଡ଼ଙ୍ଗୀ କେଉଁଠୁ ଏ କଥା ଜାଣିଲେ ସେ କଥା ସେ ଜାଣିଥିବେ । ଯଦି ବି ଆଗୁଆ ନିର୍ବାଚନ ହୁଏ ଏଥିରେ କିଛି ନୂଆ କଥା ନାହିଁ । ପୂର୍ବରୁ ବି ଅନେକ ଥର ଆଗୁଆ ନିର୍ବାଚନ ହୋଇଛି । ଅପରାଜିତା ଷଡ଼ଙ୍ଗୀଙ୍କର ରାଜନୈତିକ ଅଭିଜ୍ଞତା ନଥିବାରୁ ସେ ବୁଝି ପାରୁନାହାନ୍ତି । କେତେବେଳେ କଣ ହେବ କିନ୍ତୁ ବିଜେଡି ବର୍ତ୍ତମାନ ସୁଦ୍ଧା କେଉଁଠି କହି ନାହିଁ ଆଗୁଆ ନିର୍ବାଚନ କଥା ।

ସାମ୍ବିଧାନିକ ବ୍ୟବସ୍ଥାରେ ୫ ବର୍ଷ ପାଇଁ ସରକାରଙ୍କୁ ଲୋକ ମ୍ୟାଣ୍ଡେଟ ଦେଇଥାନ୍ତି କିନ୍ତୁ ସେହି ସାମ୍ବିଧାନିକ ବ୍ୟବସ୍ଥାରେ ବି ରହିଛି ଯେତେବେଳେ ସରକାର ଚାହିଁବେ ସେ କେନ୍ଦ୍ର ହେଉ କି ରାଜ୍ୟ ଯେ କୌଣସି ସମୟରେ ସରକାର ଭାଙ୍ଗି ପାରିବେ । ଏହାସହ ମେଣ୍ଟ ନେଇ ପର୍ଶୁରାମ କହିଛନ୍ତି, ଆମ ବାହୁବଳରେ ଆମେ ଲଢିବୁ ।

Leave A Reply

Your email address will not be published.