ସଂସ୍କାର ଭାରତୀରେ ସ୍ବାଧୀନତା ଦିବସ ପାଳିତ

0

ଭୁବନେଶ୍ୱର:ସଂସ୍କାର ଭାରତୀ କଟକ ଜିଲ୍ଲା ଆନୁକୁଲ୍ୟରେ ପାଳିତ ହେଇଯାଇଛି ୭୭ ତମ ସ୍ବାଧୀନତା ଦିବସ। କଳା ଓ ସଂସ୍କୃତି କୁ ସଂସ୍କାର ଭାରତୀ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସୁନାମଧନ୍ୟ ଚିକିତ୍ସକ ତଥା ଅଭିନେତା ଏବଂ ଚିତ୍ତରଞ୍ଜନ ସେବା ସଦନ ର ପ୍ରତିଷ୍ଠାତା ଡାକ୍ତର ଚିତ୍ତରଞ୍ଜନ ମିଶ୍ର। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ତବଲା ବାଦକ ଗୁରୁ ଶ୍ରୀ ଗୋପୀନାଥ ବେହେରା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୁନାମଧନ୍ୟ ଚିକିତ୍ସକ ତଥା ବଂଶୀ ବାଦକ ଡାକ୍ତର ହରେକୃଷ୍ଣ ନାୟକ। ସମସ୍ତ ଅତିଥି ମାନଙ୍କୁ ସଂସ୍କାର ଭାରତୀ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଞ୍ଚ ରେ ଅତିଥି ମାନଙ୍କ ସହ ଉପସ୍ଥିତ ଥିଲେ ସଂସ୍କାର ଭାରତୀ କଟକ ଜିଲ୍ଲା ର ଅଧ୍ୟକ୍ଷ ଶ୍ରୀ ବାସୁଦେବ ବରାଡ, ମହାମନ୍ତ୍ରୀ ଯତୀନ ନାୟକ, ଉତ୍କଳ ପ୍ରାନ୍ତ ଅଧ୍ୟକ୍ଷ ଶାନ୍ତନୁ କୁମାର ରଥ, ଉପାଧ୍ୟକ୍ଷ ନିତାଇ ଚରଣ ନନ୍ଦ, ମହାମନ୍ତ୍ରୀ ଶ୍ରୀକାନ୍ତ ଦାସ, କୋଷାଧ୍ୟକ୍ଷ ଦିଲ୍ଲୀପ ଜେନା।

ସମସ୍ତ ଦାୟିତ୍ବ କୁ ତତ୍ତ୍ଵାବଧାନ କରୁଥିଲେ କଟକ ଜିଲ୍ଲା ସହ ମହାମନ୍ତ୍ରୀ ତଥା ଅଭିନେତା ବିକ୍ରମ କେଶରୀ ମହାନ୍ତି। ମଞ୍ଚ ପରିଚାଳନା କରୁଥିଲେ ଜିଲ୍ଲା ସମ୍ପର୍କ ପ୍ରମୁଖ ତଥା ଅଭିନେତା ଅନନ୍ତ ନାରାୟଣ ରଥ। ଅନ୍ୟାନ୍ୟ ସଦସ୍ୟ ମାନଙ୍କ ମଧ୍ୟ ରେ ଉପସ୍ଥିତ ଥିଲେ ଜିଲ୍ଲା କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ସିଂହ, ଜିତୁ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଜେନା, ପ୍ରଭାତ ମହାପାତ୍ର, ଅମିର ଦାସ, ସଂଯୋଜ ସାମନ୍ତରାୟ, ନମିତା ଉତ୍ତରାୟ, ସୌରଜିତ ନାୟକ ଏବଂ ଅନ୍ୟମାନେ। ମଞ୍ଚ ରେ ପାୟଲ ନୃତ୍ୟ ଅନୁଷ୍ଠାନ ଏବଂ ପଞ୍ଚପୁଷ୍ପ କଳା ପରିଷଦ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା। ଦେବେନ୍ଦ୍ର ଦାସ ଧୁଡ଼ୁକି ପରିବେଷଣ କରିଥିଲେ। ସମସ୍ତ କଳାକାର, ନୃତ୍ୟଶିଳ୍ପୀ ଏବଂ ନୃତ୍ୟ ଅନୁଷ୍ଠାନ ଙ୍କୁ ପରିଶେଷରେ ସମ୍ମାନିତ କରିଥିଲେ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏବଂ ଲେଖକ ଦେବୀଦତ୍ତ ମହାନ୍ତି।

Leave A Reply

Your email address will not be published.