ବିନ୍ଧ୍ୟଗିରି’ର ଉଦ୍‌ଘାଟନ କଲେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୫ଟି ପୂର୍ବରୁ ଲୋକାର୍ପିତ ହୋଇସାରିଛି। ନୂଆ ବିନ୍ଧ୍ୟଗିରି ଯୁଦ୍ଧପୋତକୁ ଆଜି କୋଲକାତାର ‘ଗାର୍ଡେନ ରିଚ୍‌ ସିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍‌’‌ରେ ଉଦ୍‌ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ଆଇଏନ୍‌ଏସ୍‌ ନିଳଗିରି, ଉଦୟଗିରି, ହମିଗିରି, ତାରାଗିରି ଏବଂ ଦୁନାଗିରି ଭଳି ଏହି ଅତ୍ୟାଧୁନିକ ଯୁଦ୍ଧପୋତର ନାଁ ରହିଛି ଆଇଏନ୍‌ଏସ୍‌ ବିନ୍ଧ୍ୟଗିରି। କର୍ଣ୍ଣାଟକର ଏକ ପର୍ବତମାଳା ନାଁ ଅନୁସାରେ ଏହି ଯୁଦ୍ଧପୋତର ନାଁ ବିନ୍ଧ୍ୟଗିରି ରଖାଯାଇଛି। ଏହି ଯୁଦ୍ଧପୋତରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ମୁତୟନ ସହ ବୁଡ଼ାଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି।

Leave A Reply

Your email address will not be published.