ନୂଆଦିଲ୍ଲୀ (ଆମ ଟିଭି): ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିବା ବେଳେ ସତର୍କ ରୁହ । ଯଦି କିଛି ଅପମାନଜନକ ପୋଷ୍ଟ କରୁଛନ୍ତି ତାପାତା ତା’ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ସୋସିଆଲ ମିଡ଼ିଆରେ ପମାନଜନକ ପୋଷ୍ଟକୁ ନେଇ ଏଭଳି ଚେତାବନୀ ଦେଇଛନ୍ତି ସୁପ୍ରିମ୍କୋର୍ଟ କୋର୍ଟ ।
ଏକ ମାମାଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୂଚନା ଅନୁସାରେ, ୨୦୧୮ରେ ମହିଳା ସାମ୍ବାଦିକଙ୍କ ପ୍ରତି ଫେସ୍ବୁକ୍ରେ ଅପମାନଜନକ ପୋଷ୍ଟ କରିଥିଲେ ଅଭିନେତା ତଥା ପୂର୍ବତନ ତାମିଲନାଡ଼ୁ ବିଧାୟକ ଏସ୍ ଭେ ଶେଖର । ପରେ ମାମଲା ସୁପ୍ରିମ୍କୋର୍ଟରେ ପହଂଚିଥିଲା । ମାମସାର ଶୁଣାଣିକରି ଏଭଳି ରାୟ ଦେଇଛନ୍ତି ସୁପ୍ରିମ୍କୋର୍ଟ ।