୨୦୨୩ ଏସିଆ କପ ପାଇଁ ଟିମ ଘୋଷଣା କଲା ଭାରତ

0

ନୂଆଦିଲ୍ଲୀ: ଏସିଆ କପ୍‌ ୨୦୨୩ ପାଇଁ ୧୭ ଖେଳାଳିଙ୍କ ନାଁ  ଦଳ ଘୋଷଣା କରାଯାଇଛି । ଏହି ବଡ ଟୁର୍ନାମେଣ୍ଟର ଦଳକୁ ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ଟୁର୍ନାମେଣ୍ଟ ଅଗଷ୍ଟ ୩୦ ରେ ଆରମ୍ଭ ହେବାକୁ ଯାଉଛି ଯେଉଁଠାରେ ପାକିସ୍ତାନ ପ୍ରଥମ ମ୍ୟାଚରେ ନେପାଳକୁ ଭେଟିବ ।

ଅନ୍ୟପକ୍ଷରେ ଭାରତ ସେପ୍‌ଟେମ୍ବର ୨ ରେ କାଣ୍ଡିରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ । ଆଶା ଅନୁଯାୟୀ କେ.ଏଲ୍‌ ରାହୁଲ ଏବଂ ଶ୍ରେୟସ୍‌ ଆୟର ଦଳକୁ ଫେରିଛନ୍ତି । ଏହା ବ୍ୟତୀତ ଏସିଆ କପ୍‌ ପାଇଁ ଦଳରେ ଅନ୍ୟ ଅନେକ ଯୁବ ଖେଳାଳିଙ୍କୁ ଚୟନ କରାଯାଇଛି, ଯେଉଁମାନେ ନିକଟରେ ଭଲ ପ୍ରଦର୍ଶନ କରିଛନ୍ତି ।

ରାହୁଲ ଏବଂ ଆୟରଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ମଧ୍ୟ ବିସିସିଆଇ ଦ୍ୱାରା ଏସିଆ କପ୍ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ତିଲକ ଭର୍ମାଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। ଏବଂ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହେବେ।

Leave A Reply

Your email address will not be published.