ନେହେରୁଙ୍କ ପରେ ବାଜପେୟୀଙ୍କ ପାଳି ଚାଲିଛି ନାମ ପରିବର୍ତ୍ତନ

0

ପାଟନା: ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ମାହୋଲ ସେତେସେତେ ସରଗରମ ହୋଇ ପଡୁଛି । କେତେବେଳେ ଦଳ ବଳଦ ତ କେତେବେଳେ ନାମ ବଦଳ । କିଛି ଦିନ ତଳେ ନେହରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ସୋସାଇଟି ନାମରେ ନାମିତ କରାଯାଇଥିଲା । ବିଜେପି ସରକାରର ଏପରି ଉଦ୍ୟମକୁ ତୀବ୍ର ନିନ୍ଦା କରିଥିଲା କଂଗ୍ରେସ । ବିଜେପି ଏନଏମଏମଏଲ(NMML)କୁ ବଦଳାଇ PMML ଅର୍ଥାତ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଓ ଲାଇବ୍ରେରୀ କରିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।

ନେହରୁଙ୍କ ପରେ ପଡିଛି ଅଟଳଙ୍କ ପାଳି । ନିକଟରେ ବିହାରରର ଏକ ପାର୍କର ନାମ ବଦଳାଯାଇଛି । ଅଟଳ ବିବହାରୀ ବାଜପେୟୀଙ୍କ ନାମରେ ନାମିତ ହୋଇଥିବା ବିହାରର ଏକ ପାର୍କର ନାମ ପରିବର୍ତ୍ତନ କରାଯାଇଛି । ଏହି ପାର୍କର ନାମ ଥିଲା ଅଟଳ ବିହାରୀ ବାଜପେୟୀ ପାର୍କ । ହେଲେ ବିହାରର ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ତେଜ ପ୍ରତାପ ଏହାର ନାମ ବଦଳାଇ ରଖିଛନ୍ତି କୋକାନଟ ପାର୍କ ରଖିଛନ୍ତି ।

ବିହାରର ପାଟନାସ୍ଥିତ କଙ୍କଡାବାଗଠାରେ ଥିବା ଏହି ପାର୍କର ନାମ ପ୍ରଥମେ ଥିଲା କୋକାନଟ ପାର୍କ । ୨୦୧୮ରେ ଏହାର ନାମ ପରିବର୍ତ୍ତନ କରି ଅଟଳ ବିହାରୀ ବାଜପେୟୀ ରଖାଯାଇଥିଲା । ଏବେ ମନ୍ତ୍ରୀ ତେଜପ୍ରତାପ ଏହାର ନାମ ପରିବର୍ତ୍ତନ କରି ପୁଣି ପୁରୁଣା ନାଁ ରଖାଯିବ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି ।

Leave A Reply

Your email address will not be published.