ଇନ୍‌ଷ୍ଟାଣ୍ଟ ମାନ୍ୟତା ପାଇଲା କୋରାପୁଟ କଫି

0

କୋରାପୁଟ:କୋରାପୁଟ ଇନ୍‌ଷ୍ଟାଣ୍ଟ କଫିକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବାରୁ କୋରାପୁଟ କଫି ଚାଷୀ ଓ କୋରାପୁଟ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ା ପ୍ରତିଷ୍ଠିତ ବ୍ରାଣ୍ଡ ନେସକାଫେ ଓ ବ୍ରୁ କଫି ଭଳି କୋରାପୁଟ କଫିକୁ ଇନ୍‌ଷ୍ଟାଣ୍ଟ କଫିର ମାନ୍ୟତା ପ୍ରଦାନ କରାଯାଇଥିବା ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଟୁଇଟର ପେଜ୍‌ରେ ଉଲ୍ଲେଖ କରିଥିବା ଜଣାଯାଇଛି। କୋରାପୁଟ କଫିରେ ଗୁଣାମତ୍କମାନ ଭରପୂର ରହିଥିବାବେଳେ ଏହାର ଇନ୍‌ଷ୍ଟାଣ୍ଟ ମାନ୍ୟତା ଦ୍ୱାରା ଏହାର ଆଦର ବିଶ୍ୱବ୍ୟାପୀ ବୃଦ୍ଧି ପାଇବ। ଫଳରେ କୋରାପୁଟ ଜିଲାର କଫି ଚାଷୀଙ୍କ ଆର୍ଥତ୍କ ଉନ୍ନତି ହୋଇପାରିବ ବୋଲି କଫି ଉଦ୍ୟୋଗୀମାନେ ଆଶା ରଖିଛନ୍ତି। ସୂଚନା ଯୋଗ୍ୟ, କୋରାପୁଟ ଜିଲାରେ ଆସନ୍ତା ୫ ବର୍ଷରେ ୫ ହଜାର ହେକ୍ଟର ଜମିରେ କଫି ଚାଷ କରାଯିବା ଲକ୍ଷ୍ୟ ରଖାଯାଇଛି।

Leave A Reply

Your email address will not be published.