ମୋଦିଙ୍କୁ ରାକ୍ଷୀ ପଠାଇଲେ କେନ୍ଦ୍ରାପଡ଼ା ଭଉଣୀ

0

କେନ୍ଦ୍ରାପଡ଼ା: ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାମକୁ ପ୍ରଶ˚ସା କରିଥିଲେ। ଆଉ ଏବେ ସେ ନିଜେ ବର୍ଜ୍ୟବସ୍ତୁରୁ ତିଆରି କରିଥିବା ରାଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍‌ ଗୁଲନଗର ପଞ୍ଚାୟତ ଖଇରାବାଦ୍ ଗ୍ରାମର କମଳା ମହାରଣା(୬୩)। କମଳା ହେଉଛନ୍ତି ସେହି ମହିଳା, ଯାହାଙ୍କ ବର୍ଜ୍ୟବସ୍ତୁରୁ ତିଆରି ନିଖୁଣ ଘରକରଣା ସାମଗ୍ରୀକୁ ପ୍ରଧାନମନ୍ତ୍ରୀ ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଶ˚ସା କରିବାକୁ ଯାଇ ଭଉଣୀ ବୋଲି ସମ୍ବୋଧନ କରିଥିଲେ।

ଆଉ ଏହି ଭଉଣୀର ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇର ମାନ୍ୟତା ଦେଇ କମଳା ଏବେ ତାଙ୍କ ନିକଟକୁ ରାଖି ପଠାଇଛନ୍ତି। ବାହାରେ ପଡ଼ିଥିବା ଛିଣ୍ତା ଜରିରୁ ହାତରେ ତିଆରି କରିଥିବା ଏହି ରାଖି ପିନ୍ଧି ପ୍ରଧାନମନ୍ତ୍ରୀ ପୁଣି ଥରେ ତାଙ୍କୁ ମନେ ପକାଇବେ ବୋଲି ବୃଦ୍ଧା କମଳା ଆଶା ରଖିଛନ୍ତି।

Leave A Reply

Your email address will not be published.