ସ୍ୱତନ୍ତ୍ର ଅଧିବେଶନ ଡକାଇଲେ କେନ୍ଦ୍ର ସରକାର, ଟ୍ୱିଟ କରି ସୂଚନା ଦେଲେ ପ୍ରହ୍ଲାଦ ଯୋଶୀ

0

ନୂଆଦିଲ୍ଲୀ :କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ୍‌ କରି କହିଛନ୍ତି ଯେ ୧୮ରୁ୨୨ ସେପ୍‌ଟେମ୍ବର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ସେ କହିଛନ୍ତି ଯେ ଏହି ଅମୃତ କାଲରେ କିଛି ଅର୍ଥପୂର୍ଣ୍ଣ ଆଲୋଚନା ହେବ ବୋଲି ଆଶା କରାଯାଉଛି । ସେ ଟ୍ୱିଟ୍‌ କରି ଲେଖିଛନ୍ତି, ୧୮ ରୁ ୨୨ ସେପ୍‌ଟେମ୍ବର ପର୍ଯ୍ୟନ୍ତ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି ଯେଉଁଥିରେ ୫ ଟି ବୈଠକ ହେବ । ସୂଚନାନୁସାରେ, ୧୦ ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆଗତ ହେବ । ବିଲ୍‌ ଯୋଗୁଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଉଛି ।

ସଂସଦର ଏହି ବିଶେଷ ଅଧିବେଶନର ଏଜେଣ୍ଡା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ । ତେବେ ସେପ୍‌ଟେମ୍ବର ୯ ଏବଂ ୧୦ ରେ ଜାତୀୟ ରାଜଧାନୀରେ ଜି -୨୦ ଶିଖର ବୈଠକର କିଛି ଦିନ ପରେ ଏହି ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ସଂସଦର ଏହି ବିଶେଷ ଅଧିବେଶନରେ ପାଞ୍ଚଟି ବୈଠକ ହେବ ବୋଲି ଯୋଶୀ କହିଛନ୍ତି । ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଅମୃତ କାଲ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶେଷ ଅଧିବେଶନରେ ସଂସଦରେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ସେ ଆଶାବାଦୀ ।

Leave A Reply

Your email address will not be published.