ବିଶ୍ୱ ଦରବାରରେ ପୁଣି ବଢିଲା ମୋଦୀଙ୍କ ଲୋକପ୍ରିୟତା

0

ନୂଆଦିଲ୍ଲୀ (ଆମ ଟିଭି): ବିଶ୍ୱ ଦରବାରରେ ପୁଣି ବଢିଲା ମୋଦୀଙ୍କ ଲୋକପ୍ରିୟତା । ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ଲୋକପ୍ରିୟତାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୯ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ପ୍ରଧାନମନ୍ତ୍ରୀ ମୋଦି। ଆମେରିକାର ସଂସ୍ଥା ପିଇଡବ୍ଲୁ ସର୍ଭେ ରିପୋର୍ଟରୁ ଆସିଲା ତଥ୍ୟ। ପିଉ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ହୋଇଥିବା ସର୍ଭେ ୨୩ ଟି ଦେଶରେ କରାଯାଇଥିଲା ।

ଯେଉଁଥିରେ ମୋଦିଙ୍କ ପ୍ରତି ୭୯ ପ୍ରତିଶତ ଭାରତୀୟଙ୍କ ଭାବନା ସକରାତ୍ମକ ରହିଛି । ପାଖାପାଖି ୧୦ ଭାରତୀୟଙ୍କ ମଧ୍ୟରୁ ୮ ଭାରତୀୟଙ୍କ ମୋଦିଙ୍କ ପ୍ରତି ଭଲ ଭାବନା ରଖିଛନ୍ତି । ତେବେ ୭୯ ପ୍ରତିଶତଙ୍କ ମଧ୍ୟରୁ ୫୫ ପ୍ରତିଶତ ଲୋକଙ୍କ ସର୍ବାଧିକ ପସନ୍ଦ ମୋଦି। ୧୨ ଦେଶରେ ୩୭ ପ୍ରତିଶତ ଏମିତି ଲୋକ ଅଛନ୍ତି ଯେଉଁମାନେ କି ମିଡିଲ୍ କ୍ଲାସ ଆଉ ସେମାନେ ମୋଦି ସରକାରଙ୍କ ବିଦେଶ ନୀତି ଉପରେ ଭରସା କରିଛନ୍ତି ।

 

 

Leave A Reply

Your email address will not be published.