ଏସିଆ କପ୍: ଆଜି ଭାରତ-ପାକିସ୍ତାନ ମୁକାବିଲା

0

ନୂଆଦିଲ୍ଲୀ (ଆମ ଟିଭି): ଜାରି ରହିଛି ଏସିଆ କପ୍ ମୁକାବିଲା । ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଉ ଏହି ହାଇଭୋଲଟେଜ ମ୍ୟାଚ ଦେଖିବାକୁ ଉଭୟ ଦେଶର କ୍ରିକେଟ ପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନ ୩ଟାରେ ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ଭାରତ – ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ବଡ ଲଢେଇ ଭାବେ ବିବେଚନା କରାଯାଏ ।

ତେବେ ମ୍ୟାଚ ଖେଳାଯିବାକୁ ଥିବା ଶ୍ରୀଲଙ୍କାର ପାଲେକେଲେ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ । ଅଗଷ୍ଟ-ସେପ୍ଟେମ୍ବର ମାସରେ ପାଲେକେଲେ ଅଞ୍ଚଳରେ ବର୍ଷା ଋତ ଚାଲିଥାଏ । ଯଦି ବର୍ଷା ହୁଏ ତେବେ ମ୍ୟାଚ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଯଦି ଭାରତ -ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜେ ତେବେ ଆଇସିସି ବିକଳ୍ପ ବ୍ୟବସ୍ଥା କରିଛି ।

 

Leave A Reply

Your email address will not be published.