ନୂଆଦିଲ୍ଲୀ (ଆମ ଟିଭି): ଜେଟ୍ ଏୟାରୱେଜକୁ ନେଇ ଏକ ବଡ଼ ଖବର ଆସୁଛି । ଜେଟ ଏୟାରୱେଜର ପ୍ରତିଷ୍ଠାତାଙ୍କୁ ଇଡି ଗିରଫ କରିଛି। ମୁମ୍ବାଇ କାର୍ୟ୍ୟାଳୟରେ ପଚରାଉଚରା ପରେ ନରେଶ ଗୋୟଲ ଗିରଫ ହୋଇଛନ୍ତି । କାନାରା ବ୍ୟାଙ୍କରୁ ୫୩୮ କୋଟି ଟଙ୍କାର ରୁଣ ଠକେଇ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୋୟଲଙ୍କ ବାସଭବନ ଓ କାର୍ୟ୍ୟାଳୟ ସମେତ ମେ ୫ ତାରିଖ ଦିନ ସିବିଆଇ ଅଧିକାରୀମାନେ ମୁମ୍ବାଇର ୭ଟି ସ୍ଥାନରେ ତଲାସ କରିଥିଲେ।
ସିବିଆଇ ପଞ୍ଜିକୃତ କରାଇଥିବା ଏଫ୍ଆଇଆରରେ କୁହାଯାଇଛି, ଗତବର୍ଷ ନଭେମ୍ବର ୧୧ ତାରିଖରେ ‘ଜେଟ୍ ଏୟାର୍ୱେଜ୍’ର ସଂସ୍ଥାପକ ନରେଶ ଗୋୟଲ ଅପରାଧିକ ଷଡ଼ଯନ୍ତ୍ର, ଅପରାଧିକ ଅର୍ଥଆତ୍ମସାତ ଓ ଅପରାଧିକ ଦୁର୍ନୀତି କରିଥିଲେ ।