ଆଜି ପ୍ରଥମ କକ୍ଷ ପଥ ପରିବର୍ତ୍ତନ କରିବ ଆଦିତ୍ୟ ଏଲ୍ ୧
ନୂଆଦିଲ୍ଲୀ (ଆମ ଟିଭି): ଚନ୍ଦ୍ରଯାନ ୩ ପରେ ଇସ୍ରୋ ଲଞ୍ଚ କରିଛି ମିଶନ ସୂର୍ଯ୍ୟ । ଗତକାଲି ଲଞ୍ଚ ହୋଇଥିବା ଆଦିତ୍ୟ ଏଲ ୧ ପ୍ରଥମ କକ୍ଷପଥ ପରିବର୍ତ୍ତନ କରିବ। ଦିନ ୧୧ଟା ୪୫ରେ ଆଦିତ୍ୟ-ଏଲ୍-୧ର କକ୍ଷପଥ ପରିବର୍ତ୍ତନ କରାଯିବ । ସେଥିପାଇଁ ମହାକାଶ ଯାନରେ ଥିବା ଥ୍ରଷ୍ଟରକୁ କିଛି ସମୟ ଲାଗି ଚାଲୁ କରାଯିବ । ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପିଏସଏଲଭି ପ୍ରକ୍ଷେପଣର ୨୫ ମିନିଟ୍ ପରେ ପିଏସ୍୪ ବା ରକେଟର ଉପର ସ୍ତରକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲୁ କରାଯାଇଥିଲା ।
ଏହାର ୨୬ ମିନିଟ୍ ପରେ ପୁଣି ଥରେ ପିଏସ୪କୁ ୮ ମିନିଟ୍ ପର୍ଯ୍ୟନ୍ତ ଫାୟାର କରାଯାଇଥିଲା । ପୃଥିବୀର କକ୍ଷପଥରେ ୧୬ ଦିନ ଧରି ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟରେ ୫ ଥର ତାର କକ୍ଷପଥ ବଦଳାଯିବ । ସୂର୍ଯ୍ୟର ଗତିବିଧି ଉପରେ ଅନୁଧ୍ୟାନ କରିବ ।