ଭୁବନେଶ୍ୱର : ବାତ୍ୟା ‘ଅକଭାନ୍’କୁ ନେଇ ବଡ଼ ଅପଡେଟ୍ । ଆରମ୍ଭ ହେଲା ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ବାତ୍ୟା ‘ଅକଭାନ୍’ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ଆରମ୍ଭ କରିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ।
ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରୁଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାତ୍ୟାର କେନ୍ଦ୍ର ଏବଂ ଏହା ସହ ଜଡ଼ିତ ପ୍ରବଳ ପବନର ଅଞ୍ଚଳ ସମୁଦ୍ରରୁ ସ୍ଥଳଭାଗକୁ ଅତିକ୍ରମ କରିବା ପାଇଁ କିଛି ଘଣ୍ଟା ସମୟ ଲାଗିଥାଏ । ଏହି ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଓ ବର୍ଷାର ପ୍ରଭାବ ଦେଖାଦେଇପାରେ ।
ଏପଟେ ଲ୍ୟାଣ୍ଡଫଲ୍ ପୂର୍ବରୁ ଦୁର୍ବଳ ହୋଇଛି ଅକଭାନ୍ । ଗୋପାଳପୁର ନିକଟରେ ଛୁଇଁବ ସ୍ଥଳଭାଗ । ଘଣ୍ଟାକୁ ୯୦ କିମି ବେଗରେ ବହିପାରେ ପବନ !। କଳିଙ୍ଗପାଟନମ ଠାରୁ ୮୦କିମି ଦୂରରେ କେନ୍ଦ୍ରୀଭୂତ । ଗୋପାଳପୁରଠାରୁ ମାତ୍ର ୧୩୦ କିମି ଦୂରରେ ‘ଅକଭାନ୍’। ଆଜି ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍ ସମ୍ଭାବନା !। ଘଣ୍ଟାକୁ ୨୧ କିମି ବେଗରେ ମାଡ଼ିଆସୁଛି ବାତ୍ୟା। ।
ବାତ୍ୟା ଅକଭାନ୍ ଉପରେ ରାଡାରର କଡ଼ା ନଜର । ବିଶାଖାପାଟଣା ଓ ଗୋପାଳପୁରରୁ ଚାଲିଛି ନିରନ୍ତର ନିରୀକ୍ଷଣ !। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଭୀଷଣ ବାତ୍ୟା ଅକଭାନ୍ ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହୋଇଛି । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।