ଏମ.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ନିଜ ଅସଲ ରୂପ ଦେଖାଇଛନ୍ତି : ହିମନ୍ତ ବିଶ୍ୱ ଶର୍ମା

0

ନୂଆଦିଲ୍ଲୀ (ଆମ ଟିଭି): ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି। ହିମନ୍ତ ବିଶ୍ୱ ସର୍ମା କହିଛନ୍ତି, ମୁଁ ତାମିଲନାଡୁ ମନ୍ତ୍ରୀଙ୍କ ବିବୃତ୍ତିକୁ ନିନ୍ଦା କରିବାକୁ ଚାହୁଁ ନାହିଁ କାରଣ ସେ ନିଜେ ନିଜକୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଯଦି କଂଗ୍ରେସ ଦଳ ଉଦୟନିଧିଙ୍କ ବିବୃତ୍ତିରୁ ନିଜକୁ ଦୂରେଇ ନ ରଖେ, ତେବେ ଦଳ ହିନ୍ଦୁ ବିରୋଧୀ ବୋଲି ଅନୁମାନ କରାଯିବ। ସେପଟେ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି ମନ୍ତବ୍ୟକୁ ସମର୍ଥନ ଦେଇଛନ୍ତି।

ବର୍ତ୍ତମାନ ବଡ଼ କଥା ହେଉଛି, କଂଗ୍ରେସ ଡିଏମକେ ଦଳ ସହ ମେଣ୍ଟ ହୋଇ ରହିବ କି ? ଏବଂ ଚିଦାମ୍ବରମଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ କି? ରାହୁଲ ଗାନ୍ଧୀଙ୍କ ପାଇଁ ଏହା ଏକ ପରୀକ୍ଷା। ସେ ସନାତନ ଧର୍ମକୁ ସମ୍ମାନ କରନ୍ତି କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ।

Leave A Reply

Your email address will not be published.