କୁମ୍ଭୀର ପାଇଁ କେନ଼୍ଦ୍ରାପଡ଼ାରେ କୋକୁଆ ଭୟ

0

କେନ୍ଦ୍ରାପଡ଼ା (ଆମ ଟିଭି): କୁମ୍ଭୀର ପାଇଁ ଏବେ କେନ଼୍ଦ୍ରାପଡ଼ା ଜିଲ୍ଲାରେ କୋକୁଆ ଭୟ। କାରଣ ଅଢ଼େଇ ମାସ ମଧ୍ୟରେ କୁମ୍ଭୀର ଆକ୍ରମଣରେ ହେଲାଣି ୫୫ ଜଣଙ୍କର ମୃତ୍ୟୁ । ଯାହା ବନବିଭାଗର ନିଦ ହଜାଇଦେଇଛି ।ପୂର୍ବରୁ ପୋଷ୍ଟର ବ୍ୟାନର, ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ନଦୀକୂଳିଆ ଲୋକମାନଙ୍କୁ ସଚେତନ କରାଯାଇଥିଲା। ଏବେ ନଦୀ ମଧ୍ୟରେ ବୋଟ୍ ଯୋଗେ ଡାକବାଜି ଯନ୍ତ୍ର ଜରିଆରେ ସଚେତନ କରାଯାଉଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଘାଗରାଡିହା ଗାଁର ଗଙ୍ଗାଧର ତରାଇ ଶୌଚ ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଗଙ୍ଗାଧରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ବହୁ ଖୋଜା ଖୋଜି କରିବା ପରେ ମୃତ ଦେହ ଉଦ୍ଧାର ହୋଇଥିଲା। ସେହିପରି ପଟ୍ଟାମୁଣ୍ତାଇ ନିମପୁର ବ୍ରାହ୍ମଣୀ ନଦୀ କୂଳକୁ ମା’ଙ୍କ ଶୌଚା ହେବା ପାଇଁ ଯାଇଥିଲା ପୁଅ ଆଶୁତୋଷ ଆଚାର୍ୟ୍ୟ । ପ୍ରଥମେ କୁମ୍ଭୀର ମାଆ ଉପରକୁ ଆକ୍ରମଣ କରିଥିଲା । ହେଲେ କୌଶଳ କ୍ରମେ ସେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ହେଲେ ପାଖରେ ଛିଡା ହୋଇଥିବା ଆଠ ବର୍ଷର ପୁଅ ଆଶୁତୋଷଙ୍କୁ କୁମ୍ଭୀର ଟାଣିନେଇଥିଲ । ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ହେଲେ ବଳମ୍ବ ହୋଇଯାଇଥିଲା । ଶେଷରେ କ୍ଷତାକ୍ତ ଅବସ୍ଥାରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା । ସମାନ ଘଟଣା ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁରେ ଦେଖିବାକୁ ମିଳିଥିଲା।

 

Leave A Reply

Your email address will not be published.