ଆମେ ସବୁ ଧର୍ମକୁ ଏକାଠି ନେଇ ଚାଲୁ: କଂଗ୍ରେସ

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ମନ୍ତବ୍ୟରେ କଂଗ୍ରେସ ସହମତ ନୁହେଁ ବୋଲି ଦଳର ମୁଖପାତ୍ର ପୱନ ଖେରା ଗୁରୁବାର କହିଛନ୍ତି।

ସେ କହିଛନ୍ତି ଯେ, ଆମ ଦଳ ଏଭଳି ମନ୍ତବ୍ୟକୁ ସମର୍ଥନ କରୁନାହିଁ। ଆମେ ସମସ୍ତ ଧର୍ମକୁ ଏକାଠି ନେଇ ଚାଲିଥାଉ। କୌଣସି ଧର୍ମକୁ ନିମ୍ନ ଦୃଷ୍ଟିରେ ଉଚିତ୍ ନୁହେଁ। ଏପରିକି ସମ୍ବିଧାନ ଏହାକୁ ଅନୁମତି ଦିଏ ନାହିଁ। ସମସ୍ତ ଧର୍ମର ସମାନତା ଉପରେ କଂଗ୍ରେସ ବିଶ୍ୱାସ କରେ। ବିରୋଧୀ ମେଣ୍ଡ ‘ଇଣ୍ଡିଆ’ର ସମସ୍ତ ମଧ୍ୟ ସବୁ ଧର୍ମକୁ ସମ୍ମାନ କରନ୍ତି।

କଂଗ୍ରେସ ଏବଂ ଡିଏମକେ ୨୮ ଦଳ ବିଶିଷ୍ଟ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ଅଂଶ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏହି ମେଣ୍ଟ ଭାଜପା ବିରୋଧରେ ଏକଜୁଟ ହୋଇଛନ୍ତି। ତାମିଲନାଡୁ ସରକାରରେ କ୍ରୀଡ଼ା ମନ୍ତ୍ରୀ ଥିବା ଉଦୟନିଧି ଷ୍ଟାଲିନ ଚେନ୍ନାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଥିଲେ।

Leave A Reply

Your email address will not be published.