ଜନସମ୍ପର୍କ ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ

0

ଭୁବନେଶ୍ୱର: ‘ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି’। ଜନସମ୍ପର୍କ ପଦଯାତ୍ରା ଅବସରରେ କହିଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶା ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ଲୋକଙ୍କ କଥା ଶୁଣିବାକୁ କେହି ନାହିଁ ବୋଲି ନବୀନ କହିଛନ୍ତି । ପିଲାଙ୍କ ପାଖରେ ବହି ନାହିଁ, ବୁଢ଼ାବୁଢ଼ୀଙ୍କ ପାଇଁ ଭତ୍ତା ନାହିଁ । ଚାଷୀ ଓ ମାଆମାନେ ହଇରାଣ ହେଉଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।ଆମ ଖଣି ଉପରେ ଆମର ଅଧିକାର ନାହିଁ । ରଥଯାତ୍ରା, ବନ୍ୟା ରିଲିଫ ଓ ପରୀକ୍ଷାରେ କୁପରିଚାଳନା ହେଉଛି। ଲୋକେ କହୁଛନ୍ତି ଏ ସରକାର କୁପରିଚାଳନାରେ ସ୍ପେସିଆଲିଜେସନ କରିଛି । ଖଣି ଉପରୁ ଆମର ଅଧିକାର ନେଇଗଲେ ।

ଓଡ଼ିଶା ସରକାର ଓ ୨୦ ସାଂସଦ ଚୁପ ରହିଲେ ନବୀନ।କିନ୍ତୁ ଖଣିମାଲିକଙ୍କ ପାଇଁ କହିବାକୁ ପ୍ରସ୍ତୁତ । ରାଜସ୍ବ କମୁଛି, କିଛି କାମ ହେଉନି, ବଜେଟ ଖର୍ଚ୍ଚ ହେଉନି।ରାଜ୍ୟର ଋଣଭାର ବଢ଼ିଚାଲିଥିବା କହିଛନ୍ତି ନବୀନ ପଟ୍ଟନାୟକ। ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଚାଲିବ ଏହି ଅଭିଯାନ ।

Leave A Reply

Your email address will not be published.