ପୁଅଙ୍କ ବିବାଦୀୟ ବୟାନକୁ ନେଇ ଏମିତି କହିଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ସନାତନ ଧର୍ମକୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ତାଙ୍କ ପିତା ଏମ.କେ ଷ୍ଟାଲିନମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଏମ.କେ ଷ୍ଟାଲିନ କହିଛନ୍ତି ଯେ, ସେ ସନାତନ ନୀତି ଉପରେ ନିଜର ମତ ବ୍ୟକ୍ତ କରିଛନ୍ତି ଯାହା ଅନୁସୂଚିତ ଜାତି, ଜନଜାତି ଏବଂ ମହିଳାଙ୍କ ବିରୋଧରେ ଭେଦଭାବ କରୁଛି, ତାଙ୍କର କୌଣସି ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଆଘାତ କରିବାର ଉଦ୍ଦେଶ୍ୟ ନଥିଲା।

ଏମ.କେ ଷ୍ଟାଲିନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ତାଙ୍କ ମନ୍ତ୍ରୀ ପରିଷଦ ବୈଠକରେ ଉଦୟନିଧିଙ୍କ ମନ୍ତବ୍ୟର ଉଚିତ୍ ପ୍ରତିକ୍ରିୟା ଆବଶ୍ୟକ। କୌଣସି ଦାବି କିମ୍ବା ରିପୋର୍ଟ ଯାଞ୍ଚ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମସ୍ତ ସମ୍ବଳ ରହିଛି। ଅନ୍ୟପଟେ, ଉଦୟନିଧି ଷ୍ଟାଲିନ ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି କହିଛନ୍ତି ଯେ, ତାଙ୍କ ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି ଏବଂ ସେ କୌଣସି ଧର୍ମର ଶତ୍ରୁ ନୁହଁନ୍ତି।

Leave A Reply

Your email address will not be published.