ବଦଳିଯିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍

0

ନୂଆଦିଲ୍ଲୀ (ଆମ ଟିଭି): ସଂସଦରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ବଦଳିଯିବ ସଂସଦ କର୍ମଚାରୀଙ୍କ ଡ୍ରେସ୍ କୋଡ୍ । ନୂଆ ସଂସଦରେ ନୂଆ ପୋଷାକରେ ନଜର ଆସିବେ ସଂସଦର ସମସ୍ତ କର୍ମଚାରୀ । ଯେଉଁଥିରେ ଭାରତୀୟତାର ଝଲକ ଦେଖିବାକୁ ମିଳିବ ବୋଲି ଖବର ମିଳିଛି । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଣିପାରେ ବୋଲି ଚର୍ଚ୍ଚା ହେଉଛି ।

ଯାହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ସଂସଦ ଭବନର କର୍ମଚାରୀଙ୍କ ପାଇଁ ନୂଆ ଡ୍ରେସ କୋଡ୍ ଆସିପାରେ । ନୂଆ ସଂସଦ ଭବନରେ କର୍ମଚାରୀମାନେ ନୂଆ ବର୍ଦ୍ଦି ସହ ନଜର ଆସିପାରନ୍ତି ।

Leave A Reply

Your email address will not be published.