‘ରାମ୍’ ରେ ଦୁଇ ମେଗା ଆକ୍ସନ ସୁପରଷ୍ଟାର ଅରିନ୍ଦମ-ଅନୁଭବ ଏକାଠି
ଭୁବନେଶ୍ୱର(ଆମ ଟିଭି): ପ୍ରଥମେ ରାମ୍ ଅବତାର ରେ ଅରିନ୍ଦମ୍ ରୟ ଆସୁଥିବା ଖବର ଶୁଣିଥିଲେ ଦର୍ଶକ । ତାପରେ ବଙ୍ଗୀୟ ସୁନ୍ଦରୀ ରୂପସା କିଛି ଦିନର ନୀରବତା ପରେ ଏଣ୍ଟ୍ରି କଲେ । ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ୍ଙ୍କ ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ରାମ୍ ଚଳଚ୍ଚିତ୍ର ଇତିହାସ ରଚିବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ବଲିଉଡ ତଥା ଟଲିଉଡ ଷ୍ଟାର ରାହୁଲ ଦେବ ଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ଆହୁରି ଆନନ୍ଦିତ କରିଥିଲା । ଏକା ସାଙ୍ଗରେ ଦୁଇଟି ୟୁନିଟ୍ରେ ସୁଟିଂ ଚାଲିଥିବା ବେଳେ ଛଅ, ଛ’ଟି କ୍ୟାମେରାରେ ସୁଟିଂ ହେଉଥିଲା । ରାହୁଲ ଦେବ ଙ୍କ ଏଣ୍ଟ୍ରି ପରେ କାଲି ଦର୍ଶକ ଚମକିଲା ଭଳିଆ ଆଉ ଏକ ଖବର ମିଳିଥିଲା । ଓଲିଉଡ଼ ର ମେଗା ଆକ୍ସନ ଷ୍ଟାର ଅନୁଭବ ମହାନ୍ତି ଙ୍କୁ ସୁଟିଂ ସେଟ୍ ରେ ଦେଖିବାକୁ ମିଳିଥିଲା । ପ୍ରଶାନ୍ତ ନନ୍ଦଙ୍କ ଶଙ୍କର ସିନେମା ପରେ ଅରିନ୍ଦମ ଏବଂ ଅନୁଭବ ଙ୍କର ଏହା ଦ୍ଵିତୀୟ ଫିଲ୍ମ ଯୋଉଥିରେ ଦଶହରା ବଜାର ରେ ରାମ୍ ଚଳଚ୍ଚିତ୍ର ରେ ଦୁହେଁ ନଜର ହେବେ କ୍ଷ ରାମ୍ ଚଳଚ୍ଚିତ୍ରକୁ ନେଇ ସାରା ଓଡ଼ିଶାର ସିନେ ପ୍ରେମୀ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ।

ତେବେ ଚଳଚ୍ଚିତ୍ରରେ ଏକ ଗୀତରେ ଅନୁଭବଙ୍କୁ ଅରିନ୍ଦମଙ୍କ ସହ ପାଦରେ ପାଦ ମିଶାଇ ନାଚୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ କେବଳ ଗୀତ ନା ଚଳଚିତ୍ରରେ ଅନୁଭବଙ୍କ କିଛି ଗୁରୁତ୍ବପୁର୍ଣ ଚରିତ୍ର ଅଛି ତାହା ଜାଣିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଆହୁରି ବଢି ଯାଇଛି ।
ରାମ୍ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡ଼ ର ନାମୀ ନିର୍ଦ୍ଦେଶକ ଅଶୋକ ପତି। ଅସଦ ନିଜାମ ଓ ଲିଙ୍କନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହାର ଗୀତଗୁଡ଼ିକ ଦଶହରା ବଜାରକୁ ସରଗରମ କରିବ ବୋଲି ଶୁଣାଯାଉଛି। ଏଇ ଦଶହରା ରେ ଏକ ବିଗ୍ ବଜେଟ୍ର ସିନେମା ସହିତ ଏକା ସାଙ୍ଗରେ ମେଗା ଷ୍ଟାର ଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।