ଆଜି ହାଇକୋର୍ଟରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

0

ଭୁବନେଶ୍ୱର (ଆମ ଟିଭି): ମହାନଦୀ ଜଳକୁ ନେଇ ଦୀର୍ଘ ବର୍ଷ ହେବ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ଆଜି ଏହି ମାମଲାର ଟ୍ରିବ୍ୟୁନାଲ ଶୁଣାଣି କରିବେ । କିନ୍ତୁ ଟ୍ରିବ୍ୟୁନାଲଙ୍କ ପୂର୍ବ ଆଦେଶ ଅନୁଯାୟୀ ୪ ସପ୍ତାହ ଭିତରେ କମନ ଇନଫରମେସନ ଫର୍ମାଟ୍ ବା ସିଏଫଆଇ ପ୍ରକ୍ରିୟାକୁ ଚୂଡାନ୍ତ କରିବାରେ ଏବେ ବି ଓଡିଶା ଓ ଛତିଶଗଡ ବିଫଳ । ଓଡିଶା ସିଏଫଆଇକୁ ଚୂଡାନ୍ତ କରିବା କାର୍ୟ୍ୟ ଅଦ୍ୟାବିଧି ହୋଇପାରିନାହିଁ । ଓଡିଶା ପକ୍ଷରୁ ସିଏଫଆଇକୁ ଚୂଡାନ୍ତ ସିଏଫଆଇରେ ସାମିଲ ହେବାକୁ ଥିବା ମୋଟ୍ ୬୮ଟି ପ୍ରସଙ୍ଗରୁ ୪୯ଟି ପ୍ରସ୍ତଙ୍ଗରେ ଦସ୍ତାବିଜ ଦାଖଲ ଶେଷ ହୋଇଛି ।

ବଳକା ପ୍ରସଙ୍ଗ ଗୁଡିକ ବାବଦରେ ଡାଟା ଏକକ୍ରିତ କରାଯାଉଛି ବୋଲି ଓଡିଶା ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ସିଏଫଆଇ ଆବଶ୍ୟକ ହେଉଥିବା ତଥ୍ୟକୁ ଏକତ୍ରିତ କରିବା କାମକୁ ଶେଷ କରିବା ପାଇଁ ଆଉ ୧୨ ସପ୍ତାହ ଓଡିଶା ପକ୍ଷରୁ ଆବେଦନ କରାଯାଇଛି । ସେହପରି ଛତିଶଗଡ ମଧ୍ୟ ସିଏଫଆଇର ୧୬ଟି ପ୍ରସଙ୍ଗକୁ ସାମିଲ କରିବାକୁ ୧୨ ସପ୍ତାହ ସମୟ ମାଗିଛି ।

Leave A Reply

Your email address will not be published.