ମନିଲଣ୍ଡରିଂ ମାମଲା: ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ହେମନ୍ତ ସୋରେନ୍

0

ନୂଆଦିଲ୍ଲୀ (ଆମ ଟିଭି): ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଛନ୍ତି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ । ଏହାରି ଭିତରେ ହେମନ୍ତ ସୋରେନ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ସମନ ପ୍ରତ୍ୟାହାର ନ କଲେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବେ ବୋଲି ସୋରେନ୍‌ ଗତ ମାସରେ ଇଡିକୁ କହିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତ ତାଙ୍କ ପିଟିଶନ୍‌ର ଶୁଣାଣି କରିବେ। ସେପ୍ଟେମ୍ବର ୨୩ରେ ଇଡି କାର୍ୟ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେବାକୁ ସୋରେନ୍‌ଙ୍କୁ ସମନ କରାଯାଇଥିଲା।

ଯେଉଁ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ବୋଲ ମାନୁନାହାନ୍ତି ତାଙ୍କୁ ଟାର୍ଗେଟ କରିବା ପାଇଁ ଇଡି ଭଳି ସଂଘୀୟ ତଦନ୍ତକାରୀ ସଂସ୍ଥାର ଅବବ୍ୟବହାର କରାଯାଉଥିବା ଜେଏମ୍‌ଏମ୍‌ ନେତା ଅଭିଯୋଗ କରିଛନ୍ତି। ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ବେଆଇନ ଖଣି ମାମଲାରେ ସମ୍ପୃକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମନିଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି ଇଡି।

Leave A Reply

Your email address will not be published.