ରାଜସ୍ଥାନ କୋଟାରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ଆତ୍ମହତ୍ୟାର ହବ୍ ପାଲଟିଛି ରାଜସ୍ଥାନର କୋଟା । ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନି। ଏଠାରେ ଲକ୍ଷାଧିକ ଛାତ୍ରଛାତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାର ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ତେବେ ଅନେକ ସମୟରେ ଏଠାରେ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଏହିକ୍ରମରେ ସୋମବାର ଜଣେ ଛାତ୍ରୀ ଜୀବନ ହାରିଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ ୨୬ ଜଣ ଶିକ୍ଷାର୍ଥୀ ଆତ୍ମହତ୍ୟା କଲେଣି। ସେହିପରି ୩ ଦିନ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।

ପ୍ରାଥମିକ ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ନାବାଳିକା। ତାଙ୍କ ଘର ଉତ୍ତର ପ୍ରଦେଶର ମାହୁ ଅଞ୍ଚଳରେ। ଏଠାରେ ସେ ହଷ୍ଟେଲରେ ରହି କୋଚିଂ ନେଉଥିଲେ। କିନ୍ତୁ ଆଜି ସେ ନିଜ ରୁମରେ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି। କାହିଁକି ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ସେକଥା ଜଣାପଡ଼ିନି । ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଛି।

Leave A Reply

Your email address will not be published.