ପୃଥିବୀକୁ ଗୁଡବାଏ କଲା ଆଦିତ୍ୟ ଏଲ୧

0

ନୂଆଦିଲ୍ଲୀ (ଆମ ଟିଭି): ପୃଥିବୀର କକ୍ଷପଥ ଛାଡିଲା ଆଦିତ୍ୟଏଲ୧ । ଆଜି ଲାଗରେଞ୍ଜ ପଏଣ୍ଟ ଆଡକୁ ମୁହାଁଇଲା ଭାରତର ସୂର୍ୟ୍ୟଯାନ। ଗତକାଲି ରାତି ୨ ଟା ସମୟରେ ପୃଥୀବିରେ ପଞ୍ଚମ କକ୍ଷପକ୍ଷ ପୂରା କରିବା ପରେ ଏଲ୧ ପଏଣ୍ଟ ଆଡକୁ ଲମ୍ପ ପ୍ରଦାନ କରିଛି ଭାରତର ପ୍ରଥମ ସୂର୍ୟ୍ୟଯାନ । ଏନେଇ ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦିଆଯାଇଛି । ଆଉ ୧୧୦ ଦିନ ପରେ ସୂର୍ୟ୍ୟ ଓ ପୃଥୀବର ମଝି ଏଲ୧ ପଏଣ୍ଟରେ ପହଞ୍ଚିବ ଆଦିତ୍ୟଏଲ୧ ।

ଯାହା ପୃଥୀବିଠୁ ୧୫ ଲକ୍ଷ କିଲୋମିଟର ଦୂରରେ ରହିଛି । ସୂର୍ୟ୍ୟର ଫଟୋସ୍ପିୟର, କ୍ରୋମସ୍ପିୟର ଏବଂ କୋରାନା ଉପରେ ଅଧିକ ଅଧ୍ୟୟନ କରିବ ଆଦିତ୍ୟଏଲ୧ । ଗତ ସେପ୍ଟେମ୍ବର ୨ ତାରିଖରେ ଲଞ୍ଚ ହୋଇଥିଲା ଆଦିତ୍ୟଏଲ୧ । ସେପଟେ ଆଦିତ୍ୟ ଏଲ୧ ସୌର ମିଶନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି ।

 

Leave A Reply

Your email address will not be published.