ଭାରତ ବିଶ୍ଵମିତ୍ର ଭାବରେ ଆଗକୁ ବଢୁଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ନୂଆ ସଂସଦ ଭବନରେ ଆରମ୍ଭ ହୋଇଛନ୍ତି ସ୍ୱତନ୍ତ୍ର ଅଧିବେଶନ । ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ୟ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ। ତେବେ ଆଜି ପୁରୁଣା ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ଆଜି ଭାରତ ପଞ୍ଚମ ଅର୍ଥବ୍ୟବସ୍ଥାରେ ପହଂଚିଛି, କିନ୍ତୁ ପ୍ରଥମ ୩ଟି ସଂକଳ୍ପ ସହିତ ଆଗକୁ ବଢୁଛି ଜ୍ଝ ସେହି ଆଧାରରେ ବିଶ୍ୱର ବିଶ୍ୱାସ ରହିଛି ଯେ ଭାରତ ଶୀର୍ଷରେ ପହଞ୍ଚିବ। ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ଅଛି। ଏବେ ବିଶ୍ୱ ଭାରତରେ ନିଜର ବନ୍ଧୁ ଖୋଜୁଛି। ଭାରତ ବିଶ୍ଵମିତ୍ର ଭାବରେ ଆଗକୁ ବଢୁଛି ।

ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ବର୍ତ୍ତମାନ ଅଟକିବ ନାହିଁ। ବର୍ତ୍ତମାନ ଆମେ ପୁରୁଣା ଆଇନରୁ ମୁକ୍ତି ପାଇ ନୂତନ ଆଇନ ଆଡକୁ ଯାଉଛୁ। ସଂସଦରେ ପ୍ରସ୍ତୁତ ପ୍ରତ୍ୟେକ ଆଇନ ଭାରତର ନାଗରିକଙ୍କ ପାଇଁ ହେବା ଉଚିତ୍। ଆମେ ଯାହା ବି ସଂସ୍କାର କରୁ, ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବା ଉଚିତ୍।

 

Leave A Reply

Your email address will not be published.