ସମ୍ବଲପୁର (ଆମ ଟିଭି): ପ୍ରବଳ ବର୍ଷା ଫଳରେ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏହାରି ଭିତରେ ଆଜି ମ୍ୟାଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଶୁକ୍ରବାର ଅପରାହ୍ନ ଗୋଟିଏ ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬୩୦ ଫୁଟରେ ପହଞ୍ଚିଛି । ଯାହାକୁ ମ୍ୟାଜିକ୍ ନମ୍ବର ବୋଲି କୁହାଯାଏ । ରୁଲ୍କର୍ଭ ଅନୁସାରେ ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳଭଣ୍ଡାରରେ ୬୩୦ ଫୁଟ ଜଳ ଗଚ୍ଛିତ ରଖିବାର ନିୟମ ରହିଛି ।
ତେବେ ଜଳସୁପରିଚାଳନା ଯୋଗୁଁ ଏହା ଧାର୍ୟ୍ୟ ସମୟର ୨ ଦିନ ପୂର୍ବରୁ ମ୍ୟାଜିକ୍ ନମ୍ବର ଛୁଇଁଛି । ଜଳପ୍ରବେଶ ୧ ଲକ୍ଷ ୬୭ ହଜାର ୬୭୭ କ୍ୟୁସେକ୍ ରହିଥିବା ବେଳେ ଶୁକ୍ରବାର ମ୍ୟାଜିକ୍ ନମ୍ବର ଛୁଇଁଛି । ଗତ ବର୍ଷ ସେପ୍ଟେମ୍ବର ୨୮ ତାରିଖରେ ଜଳଭଣ୍ଡାର ମ୍ୟାଜିକ୍ ନମ୍ବର ଛୁଇଁଥିଲା ।