ଆଜିଠୁ ପିତୃପୁରୁଷଙ୍କୁ ତିଳ ତର୍ପଣ

0

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ପିତୃପୁରୁଷଙ୍କ ଦିନ। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ତିଳତର୍ପଣ କରିବେ ଶହ ଶହ ଲୋକେ।

ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର, ଶ୍ୱେତଗଙ୍ଗା ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସବୁଠି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି। ତେଣୁ ସେ ସବୁ ଜଳାଶୟରେ ପାଣି ଶୁଖି ଯାଇଥିବାରୁ ତିଳତର୍ପଣ କରିବା ନିଶ୍ଚିତ କଷ୍ଟ ସାଧ୍ୟ ହେବ ବୋଲି ଅଭିଯୋଗ ହେଉଛି।

ଏପରିକି ଜଳାଶୟରେ ଜମି ରହିଥିବା ଦଳ ତଥା ଆବର୍ଜନାକୁ ଦୀର୍ଘ ଦିନ ହେବ ସଫା କରାଯାଉ ନ ଥିବାରୁ ଗନ୍ଧରେ ପରିବେଶ ଫାଟି ପଡ଼ୁଛି। ଏପରି ସ୍ଥିତିରେ ସେଠାରେ ବସି ରହି ପିଣ୍ଡଦାନ କର୍ମ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡ଼ିବ ବୋଲି ବ୍ରାହ୍ମଣମାନେ କହିଛନ୍ତି।

ଆଗକୁ କାର୍ତ୍ତିକ ମାସ ଥିବା ବେଳେ ହବିଷ୍ୟାଳିମାନେ ଏଠାରେ ସାନ୍ନ କରି ମହାପ୍ରଭୁଙ୍କ ଦର୍ଶନ କରିବେ। ତେଣୁ ତୁରନ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ କରିବା ପାଇଁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave A Reply

Your email address will not be published.