ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ମାନଙ୍କ ପାଇଁ ଖୁସିଖବର

0

ନୂଆଦିଲ୍ଲୀ: ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ରକ୍ଷା ବନ୍ଧନ ଏବଂ ଓନମ ଅବସରରେଅବସରରେ ଆମେ ଏଲପିଜି ସିଲିଣ୍ଡର ୨୦୦ ଟଙ୍କା ହ୍ରାସ କରିଥିଲୁ। ଏହି ମୂଲ୍ୟ ୧୧୦୦ ରୁ ୯୦୦ ଟଙ୍କାକୁ ହ୍ରାସ ପାଇଥିଲା।

ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀମାନେ ୩୦୦ ଟଙ୍କା ସବସିଡି ପାଇବେ। ଏବେ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ୬୦୦ ଟଙ୍କାରେ ଗ୍ୟାସ ପାଇବେ।

Leave A Reply

Your email address will not be published.