୨୦୨୧ରେ ହ୍ବିଲ୍‌ ଚେୟାରରେ କ୍ୟାମ୍ପେନ କରିଥିଲେ ମମତା ବାନାର୍ଜୀ, ସେପ୍ଟେମ୍ବର ୯ ପରେ ଆରମ୍ଭ ହେବ ତଦନ୍ତ !

0

୨୦୨୧ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ହ୍ବିଲ୍‌ ଚେୟାରରେ ବସି ପ୍ରଚାର କରିଥିଲେ । ୪-୫ ଜଣ ଲୋକ ତାଙ୍କୁ ଠେଲି ଦେଇଥିବାରୁ ତାଙ୍କ ବାମ ଗୋଡ ଭାଙ୍ଗିଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ସେତେବେଳେ ବିରୋଧୀ ବିଜେପି ମମତା ଅଭିନୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲା । ଆଉ ଏବେ ପଶ୍ଚିମବଙ୍ଗରେ ବିଜେପିର ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୁଣି ଥରେ ସେହି ଘଟଣାକୁ ଉତ୍ଥାପନ କରିଛନ୍ତି । ଏପରିକି ମମତା ବାନାର୍ଜୀ ଗୋଡ଼ ଭାଙ୍ଗିବା ନେଇ ମିଛ କହିଥିଲେ, ଏହା ଉପରେ ତଦନ୍ତ ହେବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟ ଉପନିର୍ବାଚନ ହେବାକୁ ଥିବା ବେଳେ, ସେପ୍ଟେମ୍ବର ୯ ପରେ ଏହି ଘଟଣାର ପୁଣି ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୧ ନନ୍ଦୀଗ୍ରାମ ପ୍ରଚାର ସମୟରେ ଗୋଡ଼ରେ ଗୁରୁତର ଆଘାତ ପାଇବା ନେଇ ଯେଉଁ ଦାବି କରିଥିଲେ, ତାହା ମିଛ ଓ ଭିତ୍ତିହୀନ ବୋଲି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ। ସେ କହିଛନ୍ତି ଯେ, ସେହି ସମୟର ଚିକିତ୍ସା ରିପୋର୍ଟ ଅନୁଯାୟୀ ମମତାଙ୍କ ଗୋଡ଼ରେ କୌଣସି ହାଡ଼ ଭାଙ୍ଗିନଥିଲା କିମ୍ବା ଆଘାତ ଲାଗିନଥିଲା। ଏହି ଘଟଣାର ଅକ୍ଟୋବର ୯ ରେ ନିର୍ବାଚନ ଆଚରଣ ବିଧି ଶେଷ ହେବା ପରେ ସିଆଇଡି ଦ୍ୱାରା ପୁଣି ତଦନ୍ତ ଆରମ୍ଭ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ମେଡିକାଲ ରିପୋର୍ଟ ଆଧାରରେ ଶୁଭେନ୍ଦୁଙ୍କ ବଡ଼ ଦାବି

ନବାନ୍ନଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶୁନ୍ଦୁ ଅଧିକାରୀ ୧୧ ମାର୍ଚ୍ଚ ୨୦୨୧ର ‘ବାଙ୍ଗୁର ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସ’ର ଏକ ଚିକିତ୍ସା ରିପୋର୍ଟ ଦେଖାଇଛନ୍ତି। ସେ କହିଛନ୍ତି ଯେ, ଏହି ମେଡିକାଲ ରିପୋର୍ଟରେ ଗୋଡ଼ ଭାଙ୍ଗିବା କିମ୍ବା ଆଘାତର କୌଣସି ପ୍ରମାଣ ନାହିଁ। ମମତା ବାନାର୍ଜୀ ନନ୍ଦୀଗ୍ରାମବାସୀଙ୍କୁ ନିର୍ବାଚନୀ ଫାଇଦା ପାଇଁ ଗୋଡ ଭାଙ୍ଗିବାର ମିଥ୍ୟା ନାଟକ କରିଥିଲେ । ସେ ନନ୍ଦୀଗ୍ରାମବାସୀଙ୍କୁ ଅପମାନିତ କରିଥିଲେ। ଅକ୍ଟୋବର ୬ରେ ହେବାକୁ ଥିବା ନନ୍ଦୀଗ୍ରାମ ଓ ରେଜିନଗର ଉପ-ନିର୍ବାଚନ ଫଳାଫଳ ଅକ୍ଟୋବର ୯ରେ ପ୍ରକାଶ ପାଇବ । ଏହା ପରେ ଏହି ସମ୍ପୂର୍ଣ୍ଣ ମାମଲାର ପର୍ଦ୍ଦାଫାଶ କରାଯିବ ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.