ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର

0

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱର ମେଟ୍ରୋ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା । ମେଟ୍ରୋର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆରକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ଏହାକୁ ଆଗକୁ ନେବା ପାଇଁ ଆସନ୍ତା ୧୮ ତାରିଖରେ ପ୍ରଥମ ବୈଠକ ବସିବ । ୪ବର୍ଷ ଭିତରେ ମେଟ୍ରୋ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୨୧୦କୋଟି ବ୍ୟୟ ବରାଦ ରଖାଯାଇଥିବା ବେଳେ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଦାୟିତ୍ୱ ଦିଆଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି, ଭୁବନେଶ୍ୱରରେ ଟ୍ରାଫିକ୍‌ ସର୍ଭେ, ଟୋପାଗ୍ରାଫିକ୍‌ ସର୍ଭେ, ପରିବେଶ ଓ ସାମାଜିକ ପ୍ରଭାବ ଆଦି ଉପରେ ବିଚାର ବିମର୍ଶ କରିବା ପରେ ବିସ୍ତୁତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିଲା । ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ୟ୍ୟନ୍ତ ଚାଲିବାର ଯୋଜନା ରହିଛି ।

Leave A Reply

Your email address will not be published.