ଇସ୍ରାଏଲ ଉପରେ ହାମାସ ଆକ୍ରମଣ: ଲଣ୍ଡନରେ ସେଲିବ୍ରେସନ

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଉପରେ ହାମାସ ଆକ୍ରମଣ ପରେ ଲଣ୍ଡନ ରାସ୍ତାରେ ଉତ୍ସବ ପାଳନ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ହାମାସ ଆକ୍ରମଣରେ ଇସ୍ରାଏଲରେ ୭୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ସମଗ୍ର ବିଶ୍ୱ ଚକିତ ହୋଇଯାଇଥିବା ବେଳେ ଲଣ୍ଡନ ରାସ୍ତାରେ ହାମାସ ଆକ୍ରମଣକୁ ସମର୍ଥନ କରି ଲୋକମାନେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ପରେ ଲଣ୍ଡନ ମହାନଗର ନିଗମ ପୋଲିସ ପାଟ୍ରୋଲିଂ ବୃଦ୍ଧି କରିଛି। ମହାନଗର ନିଗମ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛି ଯେ ‘ଏହି ଘଟଣା ବିଷୟରେ ଆମେ ଅବଗତ, ଯେଉଁଥିରେ ଗାଜା ସୀମାରେ ଇସ୍ରାଏଲରେ ଚାଲିଥିବା ବିବାଦ ସହ ଜଡିତ ଖବର ସୋସିଆଲ ମିଡିଆରେ ସେୟାର କରାଯାଉଛି। ଆମେ ବିଭିନ୍ନ ସମ୍ପ୍ରଦାୟର ନେତାଙ୍କ ସହ ଯୋଗାଯୋଗରେ ଅଛୁ ।

 

Leave A Reply

Your email address will not be published.