ନେତାନ୍ୟାହୁଙ୍କୁ ବିରୋଧ

0

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ହମାସ ଆତଙ୍କବାଦୀମାନେ ଅତି ନୃଶଂସ ଭାବେ ଇସ୍ରାଏଲ ଉପରେ ଆକ୍ରମଣ କରିଚାଲିଛନ୍ତି। ଇସ୍ରାଏଲ ମଧ୍ୟ ଏହାର ମୁହଁତୋଡ ଜବାବ ଦେଉଛି। ଏହି ଯୁଦ୍ଧ ଯୋଗୁ ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧା ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ହମାସ ଆତଙ୍କବାଦୀଙ୍କ କବଜାରେ ଏବେବି ଶତାଧିକ ଇସ୍ରାଏଲବାସୀ ଅଛନ୍ତି। ଶିଶୁ ଓ ମହିଳାମାନଙ୍କୁ ବନ୍ଧକ କରି ରଖିଛନ୍ତି ହମାସ ଆତଙ୍କୀ। ଏହାକୁ ନେଇ ପୀଡିତଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଛି। ସେମାନେ ରାସ୍ତାକୁ ଓହ୍ଲାଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିଛନ୍ତି।

ସପ୍ତାହେରୁ ଅଧିକ ସମୟ ବିତିଯାଇଥିଲେ ବି ବନ୍ଧକଙ୍କୁ ଫେରାଇ ଅଣାଯାଉନଥିବାରୁ ପରିବାର ଲେକଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଏଥିପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି ହୋଇଛି।

Leave A Reply

Your email address will not be published.