ଆସନ୍ତାକାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

0

ନୂଆଦିଲ୍ଲୀ(ଆମ ଟିଭି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ଆସି ପହଞ୍ଚିଛି । କାଲି ଇସ୍ରାଏଲ ଯିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ-ହମାସ ଘମାଘୋଟ ଲଢେଇ ଭିତରେ ଯୁଦ୍ଧଭୂମି ଗସ୍ତ କରିବେ । ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ଏନେଇ ସୂଚନା ଦେଇଛନ୍ତି । ଆସନ୍ତାକାଲି ବାଇଡେନ୍ ତେଲଅବିବ ଗସ୍ତ କରିବେ । ଇସ୍ରାଏଲ ସହ ଆମେରିକାର ଏକତାକୁ ନିଶ୍ଚିତ କରିବାକୁ ରାଷ୍ଟ୍ରପତି ବାଇଡେନ ତେଲ ଅଭିବ ଗସ୍ତ କରିବେ । ପୂର୍ବରୁ ଫୋନ୍ ଯୋଗେ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ସେଠିକାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି । ଗାଜା ଉପରେ ଆକ୍ରମଣ କରିବା ଭୁଲ ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ବାଇଡେନ୍ ।

ଏପଟେ ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଗାଜାରେ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ଗାଜା ସହର । ହଜାର ହଜାର ସଂଖ୍ୟାରେ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଛି । ଏବେ ଇସ୍ରାଏଲ ସେନାର ଚେତାବନୀ ଭିତରେ ଉତର ଗାଜା ଛାଡି ଦକ୍ଷିଣ ଗାଜାକୁ ଚାଲିଯିବାକୁ ବାଧ୍ୟ ହେଉଛନ୍ତି ଲୋକେ । ଅତିଆବଶ୍ୟକୀୟ ସାମଗ୍ରୀ ଧରି ପିଲାଛୁଆଙ୍କୁ ଧରି ପଳାଉଛନ୍ତି । ଉତର ଗାଜାରେ ଥିବା ଏବେ ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ସ୍ଥଳ ଅଭିଯାନ କରିବାକୁ ଯାଉଛି । ଫଳରେ ଦକ୍ଷିଣ ଇସ୍ରାଏଲ ଖାନ୍ ୟୁନିସ୍ ଓ ରଫାହ ଆଦି ସ୍ଥାନକୁ ଜୀବନ ବିକଳରେ ଚାଲିଯାଉଛନ୍ତି ଲୋକେ ।

 

Leave A Reply

Your email address will not be published.