ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ବଡ ନିଷ୍ପତ୍ତି ନେଲା ଥାଇଲାଣ୍ଡ

ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ। ଏଥିସହ ସେଠାରେ 30 ଦିନ ମଧ୍ୟ ରହିପାରିବେ ବୋଲି ଥାଇ ପର୍ଯ୍ୟଟନ ଘୋଷଣା କରିଛି।

ଅଧିକ ପର୍ଯ୍ୟଟକଙ୍କ ଆଗମନ ପାଇଁ ଥାଇଲ୍ୟାଣ୍ଡ ସରକାର ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରିଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଚୀନ୍ ନାଗରିକଙ୍କ ପାଇଁ ଭିସାମୁକ୍ତ କରିଥିଲା ଥାଇଲ୍ୟାଣ୍ଡ। ଏବେ ଭାରତ ଏବଂ ତାଇୱାନର ନାଗିରକଙ୍କ ପାଇଁ ଏହି ନିୟମକୁ ହଟାଇ ଦେଇଛି।

Comments are closed.