ଇସ୍ରାଏଲର ଭୟଙ୍କର ଆକ୍ରମଣ, ୫୦ ଆତଙ୍କୀ ନିପାତ
ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ ଏବଂ ହମାସ ମହାଯୁଦ୍ଧ ଜାରି ରହିଛି । ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାରେ ଥିବା ଜବାଲିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଏଥି ସହିତ ହମାସ ଆତଙ୍କବାଦୀମାନେ ଗାଜାରେ ଇସ୍ରାଏଲ ସୈନିକମାନଙ୍କୁ ମଧ୍ୟ ହତ୍ୟା କରିଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ ଆକ୍ରମଣରେ ସଂପୃକ୍ତ ଥିବା କମାଣ୍ଡର ମଧ୍ୟ ଗତକାଲିର ଆକ୍ରମଣରେ ନିହତ ହୋଇଛନ୍ତି । ଅନ୍ୟପଟେ ଅପହରଣ ଓ ହତ୍ୟା ବିରୋଧରେ ଇସ୍ରାଏଲ ଲୋକମାନେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ ଆବେଦନ କରିଛନ୍ତି।