କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ବିଚାରପତି
ସୁପ୍ରିମକୋର୍ଟ ବିଚାରପତିଙ୍କୁ ବିରକ୍ତ କଲା “ମାଇଁ ଲର୍ଡ” ଏବଂ “ଇଓର୍ ଲର୍ଡସିପ୍” ସମ୍ବୋଧନ। ନ୍ୟାୟିକ ପ୍ରକ୍ରିୟାରେ ଏପରି ସମ୍ବୋଧନ ସାଧାରଣ କଥା ହେଲେ ମଧ୍ୟ ଜଣେ ବିଚାରପତି ବିରକ୍ତ ଭାବ ପ୍ରକାଶ କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର “ମାଇଁ ଲର୍ଡ” କିମ୍ବା “ଇଓର୍ ଲର୍ଡସିପ୍” କହିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଷ୍ଟିସ୍ ପିଏସ୍ ନରସିଂହ।
ସୂଚନା ଅନୁସାରେ, ଜଷ୍ଟିସ୍ ଏସ୍ ବୋପନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରୁଥିଲେ। ଜଷ୍ଟିସ୍ ନିରସିଂହ ମଧ୍ୟ ଏହି ବେଞ୍ଚରେ ଥିଲେ। ବିଚାର ସମୟରେ ଜଣେ ବରିଷ୍ଠ ଆଇନଜୀବୀ ବାରମ୍ବାର “ମାଇଁ ଲର୍ଡ” ଏବଂ “ଇଓର୍ ଲର୍ଡସିପ୍” ସମ୍ବୋଧନ କରିଥିଲେ। ଫଳରେ ବିରକ୍ତ ହୋଇ ଜଷ୍ଟିସ୍ ନିରସିଂହ କହିଥିଲେ, “ତୁମେ କେତେଥର ‘ମାଇଁ ଲର୍ଡ’ କହିବ? ଯଦି ଆପଣ ଏପରି କହିବା ବନ୍ଦ କରନ୍ତି, ତେବେ ମୁଁ ମୋ ଦରମାର ଅଧା ଦେଇଦେବି।
ଜଷ୍ଟିସ୍ ନରସିଂହ ଆହୁରି କହିଛନ୍ତି, “ଆପଣ ଏହା ବଦଳରେ କାହିଁକି ‘ସାର୍’ ବ୍ୟବହାର କରୁନାହାଁନ୍ତି। ଯଦି ଆଗକୁ ଏପରି କହିବେ ତେବେ ଆପଣ କେତେଥର “ମାଇଁ ଲର୍ଡ”, “ଇଓର୍ ଲର୍ଡସିପ୍” କହୁଛନ୍ତି ତାହା ଗଣିବା ଆରମ୍ଭ କରିବି।”