ଆଜିଠୁ ଶୀତରେ ଥରିବ ଓଡିଶା

0

ଭୁବନେଶ୍ୱର (ଆମ ଟିଭି): ଆଜିଠୁ ସାରା ରାଜ୍ୟରେ ଶୀତ ତା’ର ପ୍ରକୋପ ଦେଖାଇବ । କାରଣ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ବାୟୁ। ଏହାର ପ୍ରଭାବରେ ବିଭନ୍ନ ସ୍ଥାନରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏଁ ତଳକୁ ଖସିଛି। ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜିଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ବିଶେଷ କରି ପାହାଡିଆ କୋରାପୁଟ, ଜି. ଉଦୟଗିରି ଆଦି ଅଞ୍ଚଳରେ ଅଧିକ ଥଣ୍ଡା ହୋଇପାରେ। ସେପଟେ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,ରାଜ୍ୟରେ ୨ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରା କମିବ। ଏହାପରେ ଅପରିବର୍ତ୍ତିତ ରହିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସଙ୍କ ସୂଚନା ଅନୁସାରେ,ଆଜି଼ଠୁ ୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟ ପାଗ ଶୁଖିଲା ରହିବ। କିଛି କିଛି ସ୍ଥାନରେ ହାଲକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.