ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବଢିଲା ଅଡ଼ୁଆ

0

ନୂଆଦିଲ୍ଲୀ(ଆମ ଟିଭି): ଟଙ୍କା ନେଇ ପ୍ରଶ୍ନ ପଚାରିବା ପ୍ରସଙ୍ଗ । ଏହାକୁ ନେଇ ଅଡୁଆରେ ଛନ୍ଦି ହୋଇଛନ୍ତି ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ। ତାଙ୍କ ସଂସଦ ସଦସ୍ୟତା ରଦ୍ଦ କରିବା ପାଇଁ ଲୋକସଭା ସଦାଚାର କମିଟି ସୁପାରିଶ କରିଛି । ଏହି ଅଭିଯୋଗର ତଦନ୍ତ ଓ ଜେରା ପ୍ରକ୍ରିୟା ପରେ ସଦାଚାର କମିଟି ୫ ଶହ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ମହୁଆଙ୍କ କାମକୁ ଘୋର ଆପତ୍ତିଜନକ, ଅନୈତିକ ଏବଂ ଅପରାଧିକ ବୋଲି ବର୍ଣ୍ଣନା କରାଯାଇଛି । ଏହାସହ ତାଙ୍କ ସଦସ୍ୟତା ରଦ୍ଦ କରାଯିବା ଉଚିତ୍ ବୋଲି କୁହାଯାଇଛି।

ସଦାଚାର କମିଟିର ଏହି ପଦକ୍ଷେପ ମହୁଆଙ୍କ ପାଇଁ ଅଡୁଆ ବଢାଇଛି । ଅନ୍ୟପଟେ ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ନିଜ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.