ଏୟାରଷ୍ଟ୍ରାଇକ୍ ପାଇଁ ବାଇଡେନଙ୍କୁ ଦାୟୀ କଲା ହମାସ

0

ନୂଆଦିଲ୍ଲୀ (ଆମ ଟିଭି): ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ପୁଣି ଥରେ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଅଲ୍‌-ଶିଫା ହସ୍ପିଟାଲ ଭିତରେ ହମାସ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଥିବା ଦାବି କରି ଇସ୍ରାଏଲ ପୁଣି ଥରେ ଏହାକୁ ଟାର୍ଗେଟ୍‌ କରି ବୋମା ମାଡ଼ କରିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଏକ ବୟାନରେ କହିଛି ଯେ ସେମାନେ ପୁଣିଥରେ ଗାଜାର ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଯେ ହସ୍ପିଟାଲ ଭିତରେ ଥିବା ସମସ୍ତ ସାମରିକ କାର୍ୟ୍ୟକଳାପ ୧୨ ଘଣ୍ଟା ମଧ୍ୟରେ ବନ୍ଦ ହେବା ଜରୁରୀ।

ସେପଟେ ଏହି ଏୟାରଷ୍ଟ୍ରାଇକ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଦାୟୀ କରିଛି ହମାସ। ଅଲ-ଶିଫା ହସ୍ପିଟାଲରେ ହୋଇଥିବା ଅପରେସନ୍‌କୁ ନେଇ ହମାସ ଏକ ବିବୃତ୍ତିରେ କହିଛି ଯେ ଅଲ-ଶିଫା ମେଡିକାଲ କମ୍ପ୍ଲେକ୍ସ ଉପରେ ହୋଇଥିବା ଆକ୍ରମଣ ପାଇଁ ଇସ୍ରାଏଲ୍ ଏବଂ ରାଷ୍ଟ୍ରପତି ବାଇଡେନ ସମ୍ପୂର୍ଣ୍ଣ ଭାବେ ଦାୟୀ।

Leave A Reply

Your email address will not be published.