ଜନ୍ମ ମାଟିରେ ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ଚଳଚଞ୍ଚଳ

0

ଭୁବନେଶ୍ୱର (ଆମ ଟିଭି): ପୁଣି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ।ନିଜ ଜନ୍ମମାଟିକୁ ଆସିବେ ମହାମହିମ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଜିଲ୍ଲା । ଏହା ମହାମହିମଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ । ଆସନ୍ତା ନଭେମ୍ବର ୨୦ ତାରିଖରେ ପ୍ରଥମେ ବାରିପଦାରେ ପହଞ୍ଚିବେ ମହାମହିମ । ସହିଦ ସ୍ମୁତିଭବନ ଠାରେ ଅନୁଷ୍ଠିତ ହେବାକୁ ଥିବା “ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଆସୋସିଏସନ’ର ୩୬ ତମବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଆଗମନ ଖବର ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ ।

ରାଷ୍ଟ୍ରପତିଙ୍କର ଏହି ଗସ୍ତରେ ଯେମିତି ପୂର୍ବ ଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ଆଗାମୀ ୨୦ ତାରିଖ ଦିନ ସକାଳ ୧୦ଟା ୪୫ ମିନିଟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ବାୟୁସେନାର ସ୍ୱତନ୍ତ୍ର ଏରୋପ୍ଲେନ୍ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡାରେ ପହଂଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ବାହାରି ବାରିପଦା ସ୍ଥିତ ହେଲିପ୍ୟାଡରେ ପଦାର୍ପଣକରିବେ ।

Leave A Reply

Your email address will not be published.