ଦିନିକିଆ ବିଶ୍ବକପ୍ ସେମି ଫାଇଟ: ଟସ୍ ଜିତି ବ୍ୟାଟିଂ କଲା ଦକ୍ଷିଣ ଆଫ୍ରିକା

0

କଲକାତା(ଆମ ଟିଭି): ଜାରି ରହିଛି ବିଶ୍ବକପ୍ ସେମି ଫାଇନାଲ ମହା ମୁକାବିଲା । ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି। ବିଜେତା ଟିମ୍‌‌ ଭାରତ ସହ ଫାଇନାଲ ମ୍ୟାଚ୍‌‌ ଖେଳିବ।

ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଗୁରୁବାର କଲକାତାର ଇଡେନଗାର୍ଡେନରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଅଷ୍ଟ୍ରେଲିଆ ନବମ ଓ ଦକ୍ଷିଣ ଆଫ୍ରିକା ପଞ୍ଚମ ଥର ଲାଗି ସେମିଫାଇନାଲ ଖେଳୁଛି। ଅନ୍ୟପକ୍ଷରେ ଦୁଇ ଦଳ ସେମିଫାଇନାଲରେ ତୃତୀୟ ଥର ଲାଗି ମୁହାଁମୁହିଁ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଲାଗି ଫାଇନାଲ ଖେଳିବାକୁ ଆଶା ବାନ୍ଧିଥିବାବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ଲାଗି ଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.