ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଯୋଡି ହେଲା ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ

0

ଭୁବନେଶ୍ବର (ଆମ ଟିଭି):  ଓଡିଶା ସ୍ବାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପୁଣି ଯୋଡି ହେଲା ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କଲେ ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏସବୁ ଆମ୍ବୁଲାନ୍ସକୁ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । ପ୍ରତିଟି ଜୀବନ ମୂଲ୍ୟବାନ ନୀତିରେ ଆମର ଉଦ୍ୟମ ଜାରି ରହିବ ।

ନୂଆ ଆମ୍ବୁଲାନ୍ସ ସେବାରେ ଲାଗିବା ପରେ ରୋଗୀଙ୍କୁ ଡାକ୍ତରଖାନା ଆଣିବା ସମ୍ର ବି କମିଯିବ । ଆଗରୁ ଜଣେ ରୋଗୀକୁ ଡାକ୍ତରଖାନା ଆଣିବାକୁ ୩୦ ମିନିଟ ଲାଗୁଥିଲା । ସ୍ବାସ୍ଥ୍ୟସେବାରେ ଏସବୁ ନୁଆ ଆମ୍ବୁଲାନ୍ସ ସାମିଲ ହେବା ପରେ ଏବେ ଏହି ସମୟ କମି ୨୦ ମିନିଟ୍‌ ହୋଇଯିବ । ଅର୍ଥାତ, ରୋଗୀଙ୍କୁ ୨୦ ମିନିଟ ମଧ୍ୟରେ ଡାକ୍ତରଖାନାରେ ପହଞ୍ଚାଯାଇ ପାରିବ । ଦେଶର ସର୍ବଶ୍ରେଷ୍ଠ ରେସପନ୍ସ ଟାଇମ ହେବ ।

Leave A Reply

Your email address will not be published.