ଦରକାର ପଡ଼ିଲେ ଗରିବଙ୍କ ପାଇଁ ଜେଲ୍ ଯିବି: ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ (ଆମ ଟିଭି ): ବିଧାନସଭା ନିର୍ବାଚନକୁ ନେଇ ଉଠୁଛି ପଡୁଛି ରାଜସ୍ଥାନ ରାଜନୀତି। ରାଜସ୍ଥାନରେ ଜମୁଛି ନିର୍ବାଚନୀ ପ୍ରଚାର । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଗତ ୫ବର୍ଷର ଶାସନ କାଳରେ କଂଗ୍ରେସ ସରକାର ପ୍ରତିଶ୍ରୁତି ଦେଇ କେବଳ ପ୍ରତାରଣା ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । କୁଶାସନ, ଭ୍ରଷ୍ଟାଚାର, ଦୁର୍ନୀତି ମଧ୍ୟରେ ଗେହଲଟ ସରକାର ପ୍ରତିଷ୍ଠା ହୋଇଛି ।

୫ବର୍ଷ ଧରି କଂଗ୍ରେସ ନେତା ମାନେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ମାଡପିଟ ଲାଗୁଥିବା ବେଳେ ଏବେ ନିର୍ବାଚନ ପାଇଁ ଗୋଟିଏ ଛାତ ତଳେ ଏକାଠି ହୋଇଛନ୍ତି । ସେହିପରି ‘ଲାଲ ଡାଏରୀ’ ପ୍ରସଙ୍ଗ ଉଠାଇ ଏହା ସାର୍ବଜନୀନ ହେଲେ କଂଗ୍ରେସ ନେତାଙ୍କ ମୁଖା ଖୋଲିଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୀର ତେଜାଜି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.