ଆଉ କିଛି ଘଣ୍ଟାର ଅପେକ୍ଷା: ଆରମ୍ଭ ହେବ ବିଶ୍ବକପ୍ ଫାଇନାଲ ଫାଇଟ

0

ନୂଆଦିଲ୍ଲୀ (ଆମ ଟିଭି ): ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଯୁଦ୍ଧ। ବିଶ୍ୱ ଚାମ୍ପିୟନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ ।

ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ଭାରତର ବିଜୟ ପାଇଁ ସବୁଠି ଉତ୍ସାହ । ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା । ଭାରତ ଯେପରି ପୁଣି ଥରେ ବିଶ୍ୱ ଚାମ୍ପିଅନ୍ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ସମସ୍ତେ ଏହି ମ୍ୟାଚ୍ ଦେଖିବା ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.