କରୋନା ପରେ ଚିନରେ ମୁଣ୍ଡ ଟେକିଲାଣି ନୂଆ ମହାମାରୀ

0

ନୂଆଦିଲ୍ଲୀ (ଆମ ଟିଭି):  କରୋନା ପରେ ଏବେ ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ମହାମାରୀ ମୁଣ୍ଡ ଟେକୁଛି । ଅଜବ ଧରଣର ନିମୋନିଆ ବ୍ୟାପିଥିବାରୁ ଏଥିରେ ଅଧିକ ସଂଖ୍ୟାରେ ପିଲାମାନେ ସଂକ୍ରମଣ ହେଉଥିବା ଜଣାପଡିଛି । ବେଜିଂ ଏବଂ ଲିଓନିଂର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ ଶିଶୁଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି। ଏଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଡାକ୍ତରଖାନାର ସମ୍ବଳ ଉପରେ ଚାପ ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଏହି ଅଜଣା ନିମୋନିଆ ଦ୍ୱାରା ଆକ୍ରାନ୍ତ ପିଲାମାନଙ୍କଠାରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖାଯାଉଛି। ସଂକ୍ରାମକ ରୋଗ ସଂକ୍ରମଣ ସଂକ୍ରାନ୍ତରେ ସମଗ୍ର ବିଶ୍ୱରେ ଦୃଷ୍ଟି ରଖୁଥିବା ‘ପ୍ରୋମେଡ୍‌’ ନାମକ ସଙ୍ଗଠନ ଏଥିପାଇଁ ସତର୍କ ସୂଚନା ଜାରି କରିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ‘ସାର୍ସ-କୋଭ୍‌-୨’ ବିଷୟରେ ମଧ୍ୟ ‘ପ୍ରୋମେଡ୍‌’ ସତର୍କ କରାଇଥିଲା।

Leave A Reply

Your email address will not be published.