ଟନେଲ ଫସିଥିବା ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ

0

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ୧୬ ଦିନ ହେଲା ‍ଫସି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଥିଲେ ମଧ୍ୟ ଏଯାଏ ସଫଳତା ମିଳିନାହିଁ।

ପ୍ରତିଦିନ ଉଦ୍ଧାରକାରୀ ଟିମ ନୂଆ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଏସବୁ ଭିତରେ ଟନେଲର ଉପର ଭାଗରୁ ୩୬ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଛି। ତେବେ ଶ୍ରମିକମାନଙ୍କ ପାଖରେ ପହଞ୍ଚିବାକୁ ଆହୁରି ୫୦ ମିଟର ଡ୍ରଲିଂ କରିବାକୁ ପଡ଼ିବ।

୧୬ ଦିନ ହେଲା ଶ୍ରମିକମାନେ ଟନେଲ ଭିତରେ ଫସି ରହିଥିବାରୁ ଆଜି ଘଟଣା ସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ର। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ଏସଏସ୍‌ ସାନ୍ଧୁ ମଧ୍ୟ ରେସ୍କ୍ୟୁ ଅପରେସନର ଯାଞ୍ଚ କରିଛନ୍ତି।

ଏହି ସମୟରେ ପିକେ ମିଶ୍ର ଫସି ରହିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି। ଇଣ୍ଟରନାଲ କମ୍ପ୍ୟୁନିକେସନ ଦ୍ୱାରା ସେ ସୁଡ଼ଙ୍ଗରେ ଭିତରେ ଥିବା ଶ୍ରମିକମାନଙ୍କ ସହ କଥା ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Leave A Reply

Your email address will not be published.